ଭୁବନେଶ୍ୱର : ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା । ୨୨ ଦିନ ଧରି ଚାଲିଥିଲା ଏହି ଯାତ୍ରା । ଚନ୍ଦନ ଯାତ୍ରାର ଶେଷ ଦିନରେ ଭକ୍ତଙ୍କ ଦ୍ବାରା ଚନ୍ଦନ ଉତ୍ସବ ବା ଚନ୍ଦନଲାଗି ପାଣିବୁଡ଼ ହୋଇଥିଲା । ସମସ୍ତ ଶ୍ରଦ୍ଧାଳୁ ସ୍ନାନ ପରେ ଦେହରେ ଚନ୍ଦନ ଲଗାଇ ଉତ୍ସବ ପାଳନ କରିଥିଲେ । ପୁରୁଣା ଭୁବନେଶ୍ବରର ଇଏ ହେଉଛି ଭାଇଚାରାର ପର୍ବ । ଏହି ଅବସରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗତ ୩୦ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବରେ ୫ଶହରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।
Views: 25