କୋଇଡା : ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କେଜି ବିସ୍ଫୋରକ ମିଳିଲା । ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଜବତ କଲା ସୁରକ୍ଷା ବାହିନୀ । ମାଟି ତଳେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖାଯାଇଥିଲା । ପୂର୍ବ ଅଢେଇ ଟନ ବିସ୍ଫୋରକ ଜବତ ହୋଇଥିଲା । ବାଙ୍କୋ ପଥର ଖଣିରୁ ୪ ଟନ ବିସ୍ଫୋରକ ଲୁଟ ହୋଇଥିଲା । ସରଣ୍ଡା ଜଙ୍ଗଲରୁ ଘେରି ରହିଛନ୍ତି କୋବ୍ରା ବାଟାଲିୟନ ସହ ସୁରକ୍ଷା ବାହିନୀ । ଏହି ଘଟଣା ପରେ ଓଡ଼ିଶା, ଜାଡ଼ଖଣ୍ଡ ଓ ଛତିଶଗଡ଼ରେ ହାଇ ଆଲର୍ଟ ଜାରି ହୋଇଥିଲା । ପ୍ରଥମ ଥରରେ ୧୫୭ କେଜି ବିସ୍ଫୋରକ ଜବତ ହୋଇଥିବାବେଳେ ଗତ ୨ ତାରିଖରେ ତିରିଲିପୋଷିରୁ ୨.୫ ଟନ୍ ଲୁଟ ବିସ୍ଫୋରକ ଜବତ ହୋଇଥିଲା । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
Views: 49