କାମାକ୍ଷାନଗର : ୭ ମାସର ଝିଅକୁ କଚାଡି ମାରିଲା ନିଶାସକ୍ତ ବାପା । ପାରିବାରିକ କାରଣରୁ ସ୍ତ୍ରୀ ସହ ବଚସା ପରେ କଚାଡି ମାରିଲା ବାପା । ଝିଅକୁ ହତ୍ୟା ଦେଖି ସ୍ୱାମୀ ପେଟରେ କାଚ ବୋତଲ ଭୁସିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେବ କୌଣସି କାମଧନ୍ଦା ନକରି ଘରେ ବସୁଥିଲେ । ଏହାକୁ ନେଇ ଗତକାଲି ଉଭୟ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ସ୍ତ୍ରୀ ଉପରେ ରାଗିଯାଇ ମାତାଲ ଅବସ୍ଥାରେ ଶିଶୁକନ୍ୟାକୁ ଗାଁ ଦାଣ୍ଡରେ କଚାଡି ଦେଇଥିଲା ବାପା । ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଛି । ସ୍ବାମୀର ନୃଶଂସ କାଣ୍ଡ ଦେଖି ଛୁଆକୁ ବଂଚାଇବାକୁ ଏକ କାଚ ବୋତଲ ଫିଙ୍ଗିଦେଇଥିଲା ମାଆ । ଏଥିରେ ସଞ୍ଜୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ଓ କଙ୍କଡାହାଡ ପୋଲିସ ।
Views: 19