The Ultimate Managed Hosting Platform
ADVERTISEMENT

ଆମେରିକାରେ ଇସ୍ରାଏଲ ସମର୍ଥକଙ୍କୁ ଟାର୍ଗେଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାରେ ଇସ୍ରାଏଲ ସମର୍ଥକଙ୍କୁ ଟାର୍ଗେଟ । କୋଲୋରାଡୋର ବୋଲ୍ଡର ସହରରେ ଇସ୍ରାଏଲ ବନ୍ଧକଙ୍କ ମୁକ୍ତି ଦାବିରେ ଏକ ପ୍ରଦର୍ଶନ ହେଉଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ପାଖାପାଖି ଛଅ ଜଣ ଆହତ ହୋଇଛନ୍ତି । ତେବେ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ଆକ୍ରମଣକାରୀ “ପାଲେଷ୍ଟାଇନ୍ କୋ ଆଜାଦ କରୋ” ସ୍ଲୋଗାନ ଦେଇଥିଲା ଏବଂ ଏକ ଅସ୍ଥାୟୀ ଫ୍ଲେମ୍ ଥ୍ରୋବର୍ ବ୍ୟବହାର କରିଥିବା ଜଣାପଡ଼ିଛି । ଏହି ଘଟଣା ଗାଜାରେ ଚାଲିଥିବା ଯୁଦ୍ଧ ଏବଂ ଉତ୍ତେଜନାକୁ ପ୍ରତିଫଳିତ କରୁଛି । ସୂଚନା ଅନୁସାରେ କୋଲୋରାଡୋର ବୋଲ୍ଡର ସହରରେ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ଦାବି କରି ‘ରନ ଫର୍ ଦେୟାର ଲାଇଭ୍ସ’ ନାମକ ଏକ ପ୍ରତିବାଦ ହେଉଥିବା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ । ସେଠାରେ ଥିବା ଏକ ମଲ୍ ସାମ୍ନାରେ ହୋଇଥିବା ଏହି ପ୍ରତିବାଦରେ ଅତି କମରେ ଛଅ ଜଣ ଆହତ ହୋଇଥିଲେ । ପରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login