The Ultimate Managed Hosting Platform
ADVERTISEMENT

ୟୁକ୍ରେନର ବଡ ଡ୍ରୋନ ହମଲା, ରୁଷର ୬୦ ହଜାର କୋଟିର ୪୧ ବମ୍ବର ଏୟାରକ୍ରାଫ୍ଟ ଧ୍ୱଂସ

Facebook
Twitter
LinkedIn

ନୂଆଦିଲ୍ଲୀ : ରୁଷିଆ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ହମଲା । ଡ୍ରୋନ ମାଡରେ ରୁଷିଆର ୪୦ରୁ ଅଧିକ ସାମରିକ ବିମାନ ଧ୍ୱଂସ । ଷ୍ଟ୍ରାଟେଜିକ ବମ୍ବର ଟିୟୁ-୯୫, ଟିୟୁ-୨୨ ,ଏ-୫୫ ଆବାକସ ମଧ୍ୟ ଧ୍ୱଂସ । ରୁଷ ସୀମାରେ ହଜାର ହଜାର କିଲୋମିଟର ଭିତରେ ପଶି କିପରି ୟୁକ୍ରେନର ଡ୍ରୋନ ରୁଷିଆର ୪ ଏୟାରବେସ ଓ ୪୧ଟି ଘାତକ ବମ୍ବର ଏୟାରକ୍ରାଫ୍ଟ ଧ୍ବଂସ କରିଥିଲା ? ସୂଚନା ଅନୁସାରେ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ପ୍ଲାନ କରିଥିଲା ୟୁକ୍ରେନ। ପ୍ରଥମେ ଫାଷ୍ଟ ପର୍ସନ ଭ୍ୟୁ ଡ୍ରୋନ ରୁଷକୁ ଗୁପ୍ତ ଭାବେ ପଠାଇଥିଲା। କାଠ କ୍ୟାବିନରେ ଡ୍ରୋନକୁ ଟ୍ରକରେ ଲୁଚାଯାଇଥିଲା। ଡ୍ରୋନ ଗୁଡିକ ଛୋଟ ଥିଲେ ବି ଶକ୍ତିଶାଳୀ ଥିଲା। ବିସ୍ଫୋରକ ସାମଗ୍ରୀ ବହନ କରିପାରୁଥିଲା। ଏହା ହଜାର ହଜାର କିଲୋମିଟର ଅତିକ୍ରମ କରି ରୁଷରେ ପହଞ୍ଚିଥିଲା ।ପରେ ନିର୍ଦ୍ଦିଷ୍ଟ ସମୟରେ ରିମୋଟ କଣ୍ଟୋଲ ସାହାଯ୍ୟରେ ଅପରେଟ କରାଯାଇଥିଲା। ଡ୍ରୋନ ଗୁଡିକ ସିଧାସଳଖ ବିମାନ ଘାଟି ନିକଟରେ ଥବା ରୁଷ ବୋମା ବର୍ଷକ ବିମାନକୁ ଟାର୍ଗେଟ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login