The Ultimate Managed Hosting Platform
ADVERTISEMENT

ୟୁକ୍ରେନର ବଡ ଡ୍ରୋନ ହମଲା, ରୁଷର ୬୦ ହଜାର କୋଟିର ୪୧ ବମ୍ବର ଏୟାରକ୍ରାଫ୍ଟ ଧ୍ୱଂସ

Facebook
Twitter
LinkedIn

ନୂଆଦିଲ୍ଲୀ : ରୁଷିଆ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ହମଲା । ଡ୍ରୋନ ମାଡରେ ରୁଷିଆର ୪୦ରୁ ଅଧିକ ସାମରିକ ବିମାନ ଧ୍ୱଂସ । ଷ୍ଟ୍ରାଟେଜିକ ବମ୍ବର ଟିୟୁ-୯୫, ଟିୟୁ-୨୨ ,ଏ-୫୫ ଆବାକସ ମଧ୍ୟ ଧ୍ୱଂସ । ରୁଷ ସୀମାରେ ହଜାର ହଜାର କିଲୋମିଟର ଭିତରେ ପଶି କିପରି ୟୁକ୍ରେନର ଡ୍ରୋନ ରୁଷିଆର ୪ ଏୟାରବେସ ଓ ୪୧ଟି ଘାତକ ବମ୍ବର ଏୟାରକ୍ରାଫ୍ଟ ଧ୍ବଂସ କରିଥିଲା ? ସୂଚନା ଅନୁସାରେ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ପ୍ଲାନ କରିଥିଲା ୟୁକ୍ରେନ। ପ୍ରଥମେ ଫାଷ୍ଟ ପର୍ସନ ଭ୍ୟୁ ଡ୍ରୋନ ରୁଷକୁ ଗୁପ୍ତ ଭାବେ ପଠାଇଥିଲା। କାଠ କ୍ୟାବିନରେ ଡ୍ରୋନକୁ ଟ୍ରକରେ ଲୁଚାଯାଇଥିଲା। ଡ୍ରୋନ ଗୁଡିକ ଛୋଟ ଥିଲେ ବି ଶକ୍ତିଶାଳୀ ଥିଲା। ବିସ୍ଫୋରକ ସାମଗ୍ରୀ ବହନ କରିପାରୁଥିଲା। ଏହା ହଜାର ହଜାର କିଲୋମିଟର ଅତିକ୍ରମ କରି ରୁଷରେ ପହଞ୍ଚିଥିଲା ।ପରେ ନିର୍ଦ୍ଦିଷ୍ଟ ସମୟରେ ରିମୋଟ କଣ୍ଟୋଲ ସାହାଯ୍ୟରେ ଅପରେଟ କରାଯାଇଥିଲା। ଡ୍ରୋନ ଗୁଡିକ ସିଧାସଳଖ ବିମାନ ଘାଟି ନିକଟରେ ଥବା ରୁଷ ବୋମା ବର୍ଷକ ବିମାନକୁ ଟାର୍ଗେଟ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login