ଭୁବନେଶ୍ୱର : କୁବେର ଆରଡବ୍ଲ୍ୟୁ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଗିରଫ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଗତକାଲି ଚଢଉ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଥିଲା । ଘରୁ କେବଳ ନଗଦ ୨କୋଟି ୫୬ ଲକ୍ଷ ଟଙ୍କା ସହ ବୈକୁଣ୍ଠଙ୍କର ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ୭ଟି ବହୁମୂଲ୍ୟ ପ୍ଲଟ, ଦେଢକୋଟିରୁ ଅଧିକ ଟଙ୍କାର ଜମାରାଶି ମିଳିଥିଲା । ସେହିପରି ସେୟାର ଓ ମ୍ୟୁଚୁଆଲ ଫଣ୍ଡରେ ୨କୋଟି ୭୦ ଲକ୍ଷ ଟଙ୍କାର ନିବେଶ ରହିଥିବା ବେଳେ ଏକ କିଲୋ ଶହେ ଗ୍ରାମ ସୁନା , ୧୫ଟି ବିଦେଶୀ ଦାମୀ ଘଣ୍ଟା ରହିଛି। ଏବେ ବି ସଂପତ୍ତିର ଆକଳନ ଚାଲିଛି ।
Views: 18