ଭୋପାଳ : ଭୋପାଳରେ ନାରୀ ଶକ୍ତିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ । ଜମ୍ମୁ ଠାରୁ ଗୁଜୁରାଟ ସୀମା ସୁରକ୍ଷା ପ୍ରହରୀ ସାଜିଛନ୍ତି ବିଏସଏଫ ମହିଳା । ସୀମା ପାରରୁ ଆସୁଥିବା ଗୁଳିମାଡର ସେମାନେ ଉଚିତ ଜବାବ ଦେଉଥିଲେ । ଆଜି ନକ୍ସଲ କିମ୍ବା ସୀମା ପାର ଆତଙ୍କୀ ଲଢେଇ ସବୁଠି ଆମ ଝିଅ ସୁରକ୍ଷା ଢାଲ । ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ -ଗୁଳିର ଜବାବ ଗୋଳାରେ ଦିଆଯିବ । ପହଲଗାମ ଆକ୍ରମଣ ଆମ ନାରୀ ଶକ୍ତି ପ୍ରତି ଥିଲା ଖୋଲା ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ପାଇଁ କାଳ ସାଜିଲା । ଏହାର ଜବାବ ଆମେ ଦେଲୁ , ଘରେ ପଶି ଆମେ ମାରିଲୁ । ଆତଙ୍କବାଦୀଙ୍କ ଆଡ୍ଡାକୁ ସମ୍ପୁର୍ଣ୍ଣ ଧ୍ୱଂସ କଲୁ । ଆଜି ଯେତେ ବଡ଼ ସ୍ପେସ ମିଶନ ହେଉ ମଧ୍ୟ ବହୁତ ସଂଖ୍ୟାରେ ମହିଳା ବୈଜ୍ଞାନିକ କାମ କରୁଛନ୍ତି । ଚନ୍ଦ୍ରାନ-୩ରେ ୧୦୦ରୁ ଅଧିକ ମହିଳା ବୈଜ୍ଞାନିକ ଏବଂ ଇଂଜିନିୟର କାମ କରୁଥିଲେ ।
ତେବେ ଭୋପାଳ ପହଞ୍ଚିବା ଆଗରୁ ପ୍ରଧାନମନ୍ତ୍ରୀ ମୋଦି ରୋଡ ଶୋ କରିଥିଲେ । ଏହି ରୋଡ ଶୋରେ ଲୋକଙ୍କ ଅଭିବାଦନ ସ୍ବୀକାର କରିଥିଲେ । ଏହି ରୋଡ ଶୋରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରହିଥିଲେ ।
“ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ”

Facebook
Twitter
LinkedIn
Facebook
Twitter
LinkedIn
Recent News
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ
କିଭ : ଗତ କିଛି ଦିନ ମଧ୍ୟରେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନୀୟ ବାୟୁସେନା ସୋମବାର କହିଛି ଯେ ଗତ ରାତିରେ ରୁଷ...
ନିୟନ୍ତ୍ରଣ ହରାଇ ଓଲଟିଲା ବସ , ୧୫ ଜଣଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପିଲାମାନଙ୍କୁ ନେଇ କ୍ୟାମ୍ପସକୁ ଫେରୁଥିବା ବେଳେ ୟୁନିଭରସିଟିର ବସ୍ ଏବଂ କାର୍ ଧକ୍କା । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ...
ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ
ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ
ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...