ଯାଜପୁର : ନିଖୋଜ ବିଜେପି ନେତ୍ରୀଙ୍କ ଏବେ ଯାଏ ପତ୍ତା ମିଳୁନି । ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହ ପରିବାରର ୪ ଜଣ ନିଖୋଜ । ଇତିଶ୍ରୀ ସହ ତାଙ୍କ ବଡପୁଅ, ଭାଇଭାଉଜ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଓଡିଶାର ଏକ ରେସକ୍ୟୁ ଟିମ ସାମିଲ ରହିଛି । ଗୁରୁବାର ସିକ୍କିମର ହିଲ ଟପକୁ ବୁଲିବାକୁ ଯାଇଥିଲେ ଇତିଶ୍ରୀ । ଘଟଣାସ୍ଥଳରେ ଇଣ୍ଡୋ-ତିବତ୍ ବର୍ଡର ପୁଲିସ, ଭାରତୀୟ ସେନା, ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ ହେଁ ନିଖୋଜଙ୍କର ସନ୍ଧାନ ମିଳିନାହିଁ। ସ୍ଥାନୀୟ ଏସ୍ପି ସୋମ୍ ଡେଚୁ ଭୂତିଆଙ୍କ ସୂଚନା ମୁତାବକ ଉକ୍ତ ଗାଡ଼ିରେ ଚାଳକଙ୍କ ସମେତ ୧୧ ଜଣ ପର୍ୟ୍ୟଟକ ଥିଲେ। ଜଣଙ୍କର ମୃତଦେହ ମିଳିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ୮ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି। ଆହତ ଦୁଇଜଣଙ୍କୁ ଗ୍ୟାଙ୍ଗ୍ଟକ୍ର ଏସ୍ଟିଏନ୍ଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉକ୍ତ ରାସ୍ତାରେ ଯାତ୍ରା ନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏବେ ଯାଏଁ ମିଳିନି ନିଖୋଜ ବିଜେପି ନେତ୍ରୀଙ୍କ ପତ୍ତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...