ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ। ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅନୁଯାୟୀ, ଆଗାମୀ ଯୋଜନା ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏବଂ ଏମଆଇଜି-୨ ସମେତ ବିଭିନ୍ନ ବର୍ଗର ନାଗରିକଙ୍କ ନିଜ ଘରର ସ୍ବପ୍ନକୁ ପୂରଣ କରିବ।ରାଜଧାନୀ ଜନଗହଳିପୂର୍ଣ୍ଣ ହେବାରେ ଲାଗିଛି। ଲୋକମାନେ ଘର ପାଇଲେ ଭୁବନେଶ୍ୱର ସହର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ରିପୋର୍ଟ ଅନୁସାରେ, ମନ୍ତ୍ରୀ କହିଛନ୍ତି ଯେ, ସରକାର ଘର ଯୋଗାଇବାକୁ ଯାଉଥିବାରୁ ଏହାଦ୍ବାରା ସାଧାରଣ ଗରିବ ଏବଂ ମଧ୍ୟବିତ୍ତ ପରିବାରର ରାଜଧାନୀରେ ନିଜର ଘରର ସ୍ୱପ୍ନ ପୂରଣ ହେବ। ଲଟେରୀ ମାଧ୍ୟମରେ ଘର ଯୋଗାଇ ଦିଆଯିବ।
Views: 115











