The Ultimate Managed Hosting Platform
ADVERTISEMENT

ସୋପିଆନାରୁ ୨ ଜଣ ଆତଙ୍କବାଦୀ ଗିରଫ

Facebook
Twitter
LinkedIn

ଜମ୍ମୁ : ଜମ୍ମୁ କାଶ୍ମୀର ସୋପିଆନରୁ ୨ ଜଣ ଆତଙ୍କବାଦୀ ଗିରଫ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ । ସେନା, ସିଆରପିଏଫ ଓ ପୋଲିସର ମିଳିତ ସର୍ଚ୍ଚ ଅପରେସନ । କଶ୍ମୀରର ଶୋପିଆନରେ ସେନା, ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଦୁଇ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆତଙ୍କାବାଦୀଙ୍କୁ ଧରାଯିବା ସହ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗାଜିନ୍, ଦୁଇଟି ହାତ ତିଆରି ଗ୍ରେନେଡ୍, ମୋବାଇଲ ଆଦି ଜବତ କରାଯାଇଛି ।
ଲସ୍କରର ଏହି ଆତଙ୍କୀ ଧରିବା ପାଇଁ ଶୋପିଆନର ବାସ୍କୁଚାନ୍ ଇମାମସାହିବରେ ସେନାର ୪୪ଆରଆର ଏବଂ ୧୭୮ ବାଟାଲିୟନ ସିଆରପିଏଫ ଦ୍ବାରା ବିଶେଷ ଭାବେ ଏସଓଜି ଦ୍ବାରା ଅପରେସନକୁ ଲଞ୍ଚ କରାଯାଇଥିଲା । ବାସ୍କୁଚାନରେ ଏକ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରାଯାଇଥିଲା। ଅଞ୍ଚଳକୁ ପ୍ରଭାବଶାଳୀ ଭାବରେ ଘେରାବନ୍ଦୀ କରାଯାଇଥିଲା । ନିକଟସ୍ଥ ଏକ ବଗିଚାରେ ଆତଙ୍କବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଥିଲା । ଜବତ ହୋଇଥିବା ଜିନିଷ ମଧ୍ୟରେ ୫,୪୦୦ ଟଙ୍କା ମୂଲ୍ୟର ନଗଦ ଟଙ୍କା ସହିତ ଏକ ଆଧାର କାର୍ଡ ମଧ୍ୟ ଉଦ୍ଧାର କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login