ପାଟଣାଗଡ : ବହୁ ଚର୍ଚ୍ଚିତ “ପାଟଣାଗଡ ପାର୍ସଲ” ବୋମା ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା । ବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷ ପରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପରିବାରକୁ ମିଳିଲା ନ୍ୟାୟ । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ । ତେବେ ୨୦୧୮ରୁ ୨୦୨୫ । ଦୀର୍ଘ ସାତ ବର୍ଷ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୭ ବର୍ଷ ପରେ ଆସିଛି ରାୟ । ତେବେ କଣ ଥିଲା ପୁରା ଘଟଣାକ୍ରମ ଆସନ୍ତୁ ଜାଣିବା ।
୧୮ ଫେବ୍ରୁଆରୀ ୨୦୧୮ରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ଏବଂ ରିମା ସାହୁଙ୍କ ବିବାହ ହୋଇଥିଲା । ଫେବ୍ରୁଆରୀ ୨୩ରେ ସୌମ୍ୟ-ରିମାଙ୍କ ଘରକୁ ଆସିଥିଲା ପାର୍ସଲ । ବିବାହ ଉପହାର ହୋଇ ପାର୍ସଲ ଆସିଥିଲା ଛତିଶଡ଼ରୁ । ପାର୍ସଲ ଖୋଲିବା ପରେ ହେଲା ବିସ୍ଫୋରଣ । ସୌମ୍ୟ ଶେଖର ଏବଂ ତାଙ୍କ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ହୋଇଥିଲେ ରିମା ।
ତେବେ ବାହାଘର ୫ ଦିନ ଭିତରେ ରିମାଙ୍କ ସିନ୍ଦୂର ଲିଭିଗଲା । ରିମାଙ୍କ ପରିବାରର ଅନୁରୋଧ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଭାର ସମ୍ଭାଳିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୨୦୧୮ ଏପ୍ରିଲ୍ ମାସରେ ମୁଖ୍ୟ ଅଭିଯୁକ୍ତକୁ ଧରିଥିଲା କ୍ରାଇମବ୍ରାଞ୍ଚ । ଭୈସାଁର ଜ୍ୟୋତି ବିକାଶ କଲେଜର ଇଂରାଜୀ ଅଧ୍ୟାପକ ଥିଲେ ପୁଞ୍ଜିଲାଲ । କ୍ରାଇମବ୍ରାଞ୍ଚ ସୂଚନା ମୁତାବକ, ପ୍ରତିଶୋଧ ନେବାକୁ ଯାଇ ଷଡ଼ଯନ୍ତ୍ର କରିଥିଲେ ପୁଞ୍ଜିଲାଲ । ପୁଞ୍ଜିଲାଲ ମେହେରଙ୍କ ସ୍ଥାନରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ହୋଇଥିଲେ ସୌମ୍ୟଙ୍କ ମାଆ ସଂଯୁକ୍ତା ସାହୁ । ଏହାକୁ ନେଇ ରାଗ ରଖିଥିଲେ ପୁଞ୍ଜିଲାଲ ।
ପୋଲିସ ସୂଚନା ମୁତାବକ, ୭ ମାସ ଧରି ଅନଲାଇନରେ ବୋମା ତିଆରି କରିବା ଶିଖିବା ସହ ବିସ୍ଫୋରକ ସାମଗ୍ରୀ ଯୋଗାଡ଼ କରିଥିଲେ। ବୋମା ପ୍ରସ୍ତୁତି ପରେ ପୁଞ୍ଜିଲାଲ ରାୟପୁର ଯାଇ ପାର୍ସଲ ପଠାଇଥିଲେ। ୨୦୨୫ ମାର୍ଚ୍ଚ ୬ ତାରିଖରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବୟାନ ରେକର୍ଡ ହୋଇଥିଲା। ୩ ଏପ୍ରିଲରେ ପ୍ରାମାଣିକ ତଥ୍ୟ ନେଇ ପାଟଣାଗଡ଼ ଏଡିଜେ କୋର୍ଟରେ ଶେଷ ହୋଇଥିଲା ଶୁଣାଣି।
ପୁଞ୍ଜିଲାଲ ମେହେରକୁ ଆଜୀବନ ,୭ ବର୍ଷ ପରେ ରାୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...