ମୁମ୍ବାଇ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଉପୁଜିଲା ବନ୍ୟା ସ୍ଥିତି । ରାସ୍ତାଘାଟ, ଗଳିକନ୍ଦି, ରେଳ ଲାଇନ ସବୁଠି ବର୍ଷା ପାଣି । ଲୋକେ ନାହିଁ ନଥିବା ହଇରାଣ , ଜନଜୀବନ ଅସ୍ତବ୍ୟସ୍ତ । ବର୍ଷା ସହିତ ମୁମ୍ବାଇରେ ୭୦-୮୦ କିମି ବେଗରେ ପବନ ବି ବହିଥିଲା । ଫଳରେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଣି ଜମା ହୋଇଯିବାରୁ ଯାତାୟତ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା ।ପ୍ରବଳ ବର୍ଷା ଯୋଗୁ ନିକଟରେ ମେ ୧୧ ତାରିଖରେ ଶୁଭାରମ୍ଭ ହୋଇଥିବା ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ବି ପାଣି ଭର୍ତ୍ତି ହୋଇଯାଇଥିଲା । ହାର୍ବର, ସେଣ୍ଟ୍ରାଲ ଲାଇନ୍ରେ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଯୋଗୁଁ ୮ଟି ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ହୋଇଥିବା ବେଳେ କିଛି ବିମାନକୁ ଡାଇଭର୍ଟ କରାଯାଇଥିଲା ।ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ସାଧାରଣତଃ ଜୁନ୍ ୧୧ ତାରିଖ ବେଳକୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥାଏ । କିନ୍ତୁ ଚଳିତଥର ୧୬ ଦିନ ଆଗୁଆ ପହଞ୍ଚିଛି । ସେପଟେ ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ପୂରା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି ।
ରେକର୍ଡ ବର୍ଷା : ମୁମ୍ବାଇରେ ବନ୍ୟା ସ୍ଥିତି

Facebook
Twitter
LinkedIn
Facebook
Twitter
LinkedIn
Recent News
ସାପ କାମୁଡାରେ ଚାଲିଗଲା ଶିଶୁର ଜୀବନ
ଭଦ୍ରକ : ସାପ କାମୁଡ଼ାରେ ଶିଶୁର ମୃତ୍ୟୁ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନସ୍ଥ କାଦବାରଙ୍ଗ ପଞ୍ଚାୟତର ବନ୍ତଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା...
କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ
ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...
ଗୁଣି ଗାରେଡି ସନେ୍ଦହରେ ବୃଦ୍ଧଙ୍କ ନେଇଗଲେ
ଗଡପତି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୧୦ ଗିରଫ । ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ କାମ୍ବି ମଳିକ ହତ୍ୟା ଘଟଣାର...
ଚଳିତ ବର୍ଷ ଆଉ ୪୦ ହଜାର ନିଯୁକ୍ତି ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ କରିବାକୁ କହିଛୁ । ବର୍ଷକ ଭିତରେ ସ୍ୱଚ୍ଛତାର ୨୮ ହଜାର ପଦବୀ...