The Ultimate Managed Hosting Platform
ADVERTISEMENT

କୂଅରେ ପଡି ଚାଲିଗଲା ଯୁବକଙ୍କ ଜୀବନ

Facebook
Twitter
LinkedIn

ଟାଙ୍ଗୀ : କୂଅରେ ପଡି ଯୁବକ ମୃତ । ମୃତ ଯୁବକଙ୍କ ନାମ ବୁଲୁ ମୁଦୁଲି ।ଘର ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ପାରିଓରଡ଼ ଟୁଟୁମ୍ବର ପଲ୍ଲୀ ଗ୍ରାମରେ । ପ୍ରତିଦିନ ପରି ଗତକାଲି ରାତିରେ ଖିଆପିଆ କରି ଶୋଇବାକୁ ଯାଇଥିଲେ। ସକାଳୁ ବୁଲୁ ମୁଦୁଲିକୁ ଘରୁ ନପାଇବାରୁ ପରିବାର ଲୋକେ ଚାରିଆଡେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ଖୋଜ ଖବର ମିଳିନଥିଲା ।ସେହି ଗ୍ରାମରେ ଥିବା ଏକ କୂଅ ମଧ୍ୟରେ ଯୁବକର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଟାଙ୍ଗୀ ଅଗ୍ନିଶ୍ରମ ବାହିନୀ କୂଅରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଟାଙ୍ଗୀ ପୋଲିସ ମୃତ ଦେହ ଜବତ ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login