ମୁମ୍ବାଇ : ମୌସୁମୀ କେରଳ ଛୁଇଁବା ପରେ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ରାଜଧାନୀ ଦିଲ୍ଲୀ ବ୍ୟତୀତ ମୁମ୍ବାଇରେ ଗତକାଲି ଅଧରାତିରୁ ବର୍ଷା ଲାଗି ରହିଛି । ଫଳରେ ମେଟ୍ରୋ, ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ମେଟ୍ରୋ ଉପରେ ନିର୍ଭର କରିଥିବା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ପାଣିପାଗ ବିଭାଗ ମୁମ୍ବାଇର ଏବଂ ସ୍ଥାନୀୟ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଜାରି କରିଛି । ମୁମ୍ବାଇ ଠାଣେ ଏବଂ ପାଲଘର ଭଳି ସମୁଦ୍ରକୂଳିଆ ଜିଲ୍ଲାରେ ଚେତାବନୀ ଜାରି ହୋଇଛି । ବର୍ଷା ଓ ପବନ କିମ୍ବା ବଜ୍ରପାତ ଆଶଙ୍କା ରହିଛି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ନାଗରିକଙ୍କୁ ଅପିଲ୍ କରିଛି । ୩୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
Views: 32