ପୁରୀ : ରଥଖଳାରେ ପହଁଚିଲା ଗୋଟିଏ ଟ୍ରିପ ରଥକାଠ । ୪୦ ଫୁଟିଆ ୧୦ କଣ୍ଡ ଧଭରା ଓ ୨୨ କଣ୍ଡ ଅସନ କାଠ ପହଁଚିଲା । ବୈାଦ୍ଧ କଣ୍ଟାମାଳରୁ ଆସି ପହଁଚିଲା ରଥକାଠ । ସେପଟେ ଚାଲିଛି ରଥନିର୍ମାଣ କାର୍ୟ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ୟ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ ହୋଇ ସିଙ୍ଗଡା କଟା ପରେ ଅର ମୁଖସାଲ ଶେଷ ହୋଇଛି । ଏହାସହ ପଇବିନ୍ଧ କାର୍ୟ୍ୟ ବି ଶେଷ ପର୍ୟ୍ୟାୟରେ ପହଂଚିଛି। ଆସନ୍ତାକାଲି ପଇ ସଂଯୋଗ ସହ ପଇ କଳସା କାର୍ୟ୍ୟ ହେବ ।
Views: 33