ଯାଜପୁର : ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ । ଆଜୀବନ କାରାଦଣ୍ଡ ଶୁଣାଇଲେ ଯାଜପୁର ଅତିରିକ୍ତ ପକ୍ସୋ କୋର୍ଟ । ୨୦୧୬ କୋରେଇ ଥାନା ଅଞ୍ଚଳ ମାମଲାରେ ରାୟ ଶୁଣାଇଲେ କୋର୍ଟ । ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରି ହତ୍ୟା କରିଥିଲା ଅଭିଯୁକ୍ତ ନବ କିଶୋର ମାଝୀ । ଏଥି ସହ ପ୍ରମାଣ ନଷ୍ଟ କରିବାକୁ ମୃତଶରୀରକୁ ଏକ ସ୍କୁଲର ପାଇଖାନା ସେଫଟି ଟ୍ୟାଙ୍କରେ ପକାଇଥିଲେ ଅଭିଯୁକ୍ତ । ବିଦ୍ୟାଳୟ କତ୍ତୃପକ୍ଷ ସେଫଟି ଟ୍ୟାଙ୍କ ନିକଟରେ ରକ୍ତ ଛିଟା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶରୀର ଉଦ୍ଧାର କରିବା ପରେ ପିଡିତାଙ୍କ ମାମୁ ମୃତଦେହ କୁ ଚିହ୍ନଟ କରିଥିଲେ । ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି ପୋଲିସ ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ନବ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଆଡ଼ହକ ପୋକ୍ସୋ ଅଦାଲତ । ୪୦ ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ନବ କିଶୋର ଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ।
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







