The Ultimate Managed Hosting Platform
ADVERTISEMENT

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା, ସିନ୍ଦୂର ଯେତେବେଳେ ବାରୁଦ ହୁଏ…..

Facebook
Twitter
LinkedIn

ରାଜସ୍ଥାନ : ରାଜସ୍ଥାନର ବିକାନେରରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା । ପହଲଗାମ ଆତଙ୍କୀ ହମଲାକୁ ନେଇ ନିଶାନା କଲେ । ଏପ୍ରିର ୨୨ର ଜବାବ ମାତ୍ର ୨୨ ମିନିଟରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୁହରେ ଫସିଲେ , ବାହାରି ପାରିଲେନି ।ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା ତାହା କାମ ଦେଲାନି । ଇେ ହେଉଛି ନୂଆ ଭାରତ , ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି ।
୧- ଆତଙ୍କୀ ହମଲା ହେଲେ କଡା ଜବାବ ଦିଆଯିବ । ସେନାବାହିନୀ କଣ କରାଯିବ ତାହାର ନିଷ୍ପତ୍ତି ନେବ ।
୨- ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ ।
୩- ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ
ଆଗକୁ ଆତଙ୍କୀ କାର୍ଯ୍ୟ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡିବ ।ଯଦି ପାକିସ୍ତାନ ସହ କଥା ହେବୁ ତା ହେଲେ ପିଓକେକୁ ନେଇ । ଭାରତୀୟ୍ରଙ୍କ ରକ୍ତରେ ହୋଲି ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡିବ । ପାକିସ୍ତାନକୁ ପାଣି ଦିଆଯାଇପାରିବ ନାହିଁ । ଏହା ଭାରତର ପ୍ରତିଜ୍ଞା, ବିଶ୍ୱର କୈାଣସି ଶକ୍ତି ବଦଳାଇ ପାରିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login