The Ultimate Managed Hosting Platform
ADVERTISEMENT

ପାକ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର , ଉଚିତ ଜବାବ ଦେଲେ ଭାରତୀୟ ସେନା

Facebook
Twitter
LinkedIn

ଅମୃତସର : ଭାରତର ୯ଟି ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ । ସେଥିମଧ୍ୟରୁ ପଞ୍ଜାବର ଅମୃତସରରେ ଥିବା ସୂର୍ଣ୍ଣ ମନ୍ଦିର ପାକିସ୍ତାନର ଲିଷ୍ଟରେ ରହିଥିଲା । ମେ ୮ ତାରିଖରେ ପାକିସ୍ତାନ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପାକ୍ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲେ ଆମ ଭାରତୀୟ ଯବାନ।ଏନେଇ ୧୫ତମ ଇନ୍ଫାନ୍ଟାରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି ସୋମବାର ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ସେନା ବାୟୁ ପ୍ରତିରକ୍ଷା ବନ୍ଧୁକଧାରୀମାନେ ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛନ୍ତି।ମେଜର ଜେନେରାଲ କହିଛନ୍ତି ଯେ ଭାରତୀୟ ସେନା ସ୍ୱର୍ଣ୍ଣ ମନ୍ଦିର ଭଳି ଧାର୍ମିକ ସ୍ଥାନ ସମେତ ବେସାମରିକ ପ୍ରତିଷ୍ଠାନ ସହିତ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ପଦକ୍ଷେପକୁ ଅନୁମାନ କରିଥିଲା। ଯାହାଫଳରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମସ୍ତ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login