ଛତିଶଗଡ : ନକ୍ସଲ ଷଡଯନ୍ତ୍ର ପଣ୍ଡ କଲେ ସୁରକ୍ଷାକର୍ମୀ । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାର ଗୌରମୁଣ୍ଡା ଜଙ୍ଗଲରେ ନକ୍ସଲ ଷଡଯନ୍ତ୍ର ପଣ୍ଡ କଲେ ସୁରକ୍ଷାକର୍ମୀ । ନକ୍ସଲ ବଡ ଷଡଯନ୍ତ୍ର କରୁଥିବା ଖବରପାଇ ଚଢ଼ାଉ କରିଥିଲେ ସୁରକ୍ଷାକର୍ମୀ ।ଦୁଇଟି ଘାତକ ବୋମା ଜବତ ହୋଇଛି । ଗୌରମୁଣ୍ଡା ଜଙ୍ଗଲରେ ପୋତାଯାଇଥିିବା ୫ କେଜି ଓଜନର ଦୁଇଟି ଆଇଇଡି ପାଇଥିଲେ । ଏହାସହ ସୋଲାର ପ୍ଲେଟ୍, ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
Views: 61