ନୂଆଦିଲ୍ଲୀ : ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି ୟୁସୁଫ ପଠାନ । ବିଦେଶ ଗସ୍ତରେ ଉପଲବ୍ଧ ହେବେ ନାହିଁ ବୋଲି କହିଥିବା ସୂଚନା । ଏ ନେଇ ୟୁସୁଫ ପଠାନ ସର୍ବଦଳୀୟ ଟିମକୁ ଜଣାଇଥିବା ସୂଚନା । ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ଟିମରେ ଅଛନ୍ତି ୟୁସୁଫ । ପାକିସ୍ତାନର ମିଛକୁ ପର୍ଦ୍ଦାଫାସ କରିବା ପାଇଁ ଭାରତର ସାଂସଦଙ୍କ ପ୍ରତିନିଧିମଣ୍ଡଳୀକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତାଙ୍କ ବ୍ୟତୀତ ଅନ୍ୟ ପାର୍ଟିର ନେତା ସାମିଲ ରହିଛନ୍ତି । ଆତଙ୍କବାଦୀ ଦେଶ ପାକିସ୍ତାନ ବିପକ୍ଷରେ ବିମାନ ଆକ୍ରମଣ ପରେ ଭାରତ ଏବେ ରାଜନୈତିକ ଓ କୂଟନୈତିକ ସ୍ତରରେ ଆକ୍ରମଣ ଘୋଷଣା କରିଛି । ସୂଚନା ଅନୁଯାୟୀ, ଭାରତ ସରକାର ସିଧାସଳଖ ସାଂସଦ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦଙ୍କ ପ୍ରତିନିଧିମଣ୍ଡଳରେ ୟୁସୁଫ ପଠାନଙ୍କ ନାମ ସାମିଲ କରିବା ପୂର୍ବରୁ ଟିଏମସି ସହିତ କୌଣସି ପରାମର୍ଶ କରାଯାଇନଥିଲା । ଭାରତ ସରକାର ସିଧାସଳଖ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ । ଏବେ ପଠାନ ଭାରତ ସରକାରଙ୍କୁ ଜଣାଇଛନ୍ତି ଯେ, ସେ ପ୍ରତିନିଧିମଣ୍ଡଳୀ ସହିତ ବିଦେଶ ଯିବା ପାଇଁ ଉପଲବ୍ଧ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା ବୋଲି କହିଛନ୍ତି ୟୁସୁଫ ପଠାନ ।
ସର୍ବଦଳୀୟ ଟିମ :ବିଦେଶ ଯିବେନି ୟୁସୁଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...