ଭୁବନେଶ୍ୱର ; ରାଜ୍ୟରେ ଆଜି ବି ତାଣ୍ଡବ ରଚିପାରେ କାଳବୈଶାଖୀ । ୫ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରିକୁ ଆଲର୍ଟ । କାଳବୈଶାଖୀ ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା । ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡକୁ ୟେଲୋ ସତର୍କତା ଜାରି ହୋଇଛି । ତାତି ଓ ଆର୍ଦ୍ରତା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୮ ତାରିଖ ପାଇଁ ୯ଟି ଜିଲ୍ଳା ଓ ୧୯ ତାରିଖ ପାଇଁ ୫ଟି ଜିଲ୍ଲା କୁ ଜାରି ହୋଇଛି ୟେଲୋ ଆଲର୍ଟ । ଏହି ସମୟରେ ବିଜୁଳି ଘଡଘଡି ବର୍ଷା ସହିତ ସର୍ବାଧିକ ୫୦ରୁ ୬୦ କିଲୋମିଟର ଯାଏଁ ପବନ ମଧ୍ୟ ବହିବ । ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଦେବ ।
Views: 27