The Ultimate Managed Hosting Platform
ADVERTISEMENT

ଟଙ୍କା ପାଇଁ ଜନ୍ମକଲା ମା’କୁ ହତ୍ୟା କଲା ନିଶାସକ୍ତ ପୁଅ

Facebook
Twitter
LinkedIn

ଚଣ୍ଡିଖୋଲ: କଥାରେ ଅଛି ମା’ ଠାରୁ ଅମୂଲ୍ୟ ଦୁନିଆରେ ଆଉ କିଛି ନାହିଁ । ନିଜ ସନ୍ତାନ ପାଇଁ ମା’ର ତ୍ୟାଗ ଓ ବଳିଦାନର ମୂଲ୍ୟ କେହି କେବେ ସୁଝି ପରିନାହିଁ । ହେଲେ ମାତ୍ର କେଇଟା ଟଙ୍କା ପାଇଁ ନିଜ ଜନ୍ମ କଲା ମା’କୁ ହତ୍ୟା କରିଛି ନିଶାସକ୍ତ ପୁଅ । ଏପରି ଘଟଣା ଘଟିଛି ଯାଜପୁରର ଜିଲ୍ଲାର ବଡ଼ଚଣା ଥାନା ଅଞ୍ଚଳରେ । ମଦ ନିଶାରେ ନି ଜ ମାକୁ ଏକ ବାଉଁସ ରେ ପିଟି ହତ୍ୟା କରିଛି ପୁଅ ।

ସୂଚନାନୁଯାୟୀ, ବଡ଼ଚଣା ଗ୍ରାମର ସ୍ୱର୍ଗତ ଅନନ୍ତା ସାମଲଙ୍କ ପତ୍ନୀ ସୁଷମା ସାମଲଙ୍କୁ ତାଙ୍କ ବଡ଼ ପୁଅ ରଞ୍ଜନ ସାମଲ ମଦ ନିଶାରେ ଟେର୍ ହୋଇ ଆସି କିଛି ଟଙ୍କା ମାଗିଥିଲା । ହେଲେ ପାଖରେ ଟଙ୍କା ନାହିଁ ବୋଲି କହିଥିଲେ ସୁଷମା । ଏ ନେଇ ରଞ୍ଜନ ରାଗି ଯାଇ ବହୁ ଗାଳି ଗୁଲଜ କରିବା ସହିତ ଏକ ବାଉଁଶରେ ତାଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲା । ଏହା ଦେଖି ସେଠାରେ ଥିବା ତାର ଦୁୂଇ ସାନ ଭାଇ ରଞ୍ଜନକୁ ଧରି ବାନ୍ଧି ପକାଇବା ସହିତ ଗୁରୁତର ଥିବା ମା’କୁ ବଡ଼ଚଣା ମେଡ଼ିକାଲ୍ ନେଇଯା ଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ନେଇ ଖବର ପାଇ ବଡ଼ଚରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିବା ସହିତ ମୃତ ଦେହକୁି ଜବତ କରି ପୋଷ୍ଟମଟମ ପାଇଁ ପଠାଇଛି । ଏହା ପୂର୍ବରୁ ରଞ୍ଜନ ବାରମ୍ବାର ମଦ ପିଇ ଘର ଲୋକଙ୍କୁ ମାରପିଟ କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login