The Ultimate Managed Hosting Platform
ADVERTISEMENT

ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ

Facebook
Twitter
LinkedIn

ଯାଜପୁର : ଧର୍ମଶାଳାABDOଙ୍କ ଘରେ ଭିଜିଲାନ୍ସ ରେଡ । ABDO ଅସିତ ପାତ୍ରଙ୍କ ଅଫିସ ସମେତ ୭ଟି ସ୍ଥାନରେ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଯାଜପୁର,କଟକ,ଭୁବନେଶ୍ୱର ଓ ଭଦ୍ରକରେ ଚାଲିଛି ରେଡ । ରିପୋର୍ଟ ଅନୁଯାୟୀ, ଗୁରୁବାର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ଅସିତ କୁମାର ପାତ୍ରଙ୍କ ଦ୍ୱାରା ତାଙ୍କ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି(ଡିଏ) ଅର୍ଜନ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସୀ କରାଯାଉଛି।କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜଜଙ୍କ,ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଯାଜପୁର, କଟକ, ଭଦ୍ରକ ଏବଂ ଭୁବନେଶ୍ୱର (ଖୋର୍ଦ୍ଧା) ଜିଲ୍ଲାର ୭ଟି ସ୍ଥାନରେ ତଲାସୀ ଚାଲିଛି।ଅସିତ କୁମାର ପାତ୍ରଙ୍କ ଆବାସିକ ସରକାରୀ କ୍ୱାର୍ଟର, ଏବିଡିଓ, ଧର୍ମଶାଳା ବ୍ଲକ, ଜିଲ୍ଲା-ଯାଜପୁର।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ତାଙ୍କ କାର୍ୟ୍ୟାଳୟ କକ୍ଷ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ତାଙ୍କର ବାସସ୍ଥାନ ଜମିରେ ଚଢ଼ଉ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login