ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ବାହାରିଲା ପରାକ୍ରମ ଶୋଭାଯାତ୍ରା । ଅପରେସନ ସିନ୍ଦୂର ସଫଳ ପରେ ୩ ସେନାକୁ ସାଲ୍ୟୁଟ ପାଇଁ ଶୋଭାଯାତ୍ରା । ପରାକ୍ରମ ଶୋଭାଯତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋଭାଯାତ୍ରାରେ ପୋଲିସ, ସିଆରପିଏଫ, ଏନସିସି , ଟ୍ରାଫିକ ପୋଲିସ ସାମିଲ । କଳିଙ୍ଗ ଷ୍ଟାଡିୟମର ୩ନଂ ଗେଟରୁ ରାଜଭବନ ଛକ ଯାଏଁ ଯିବ । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ। ଏହିକ୍ରମରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପରିସରରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ ପତାକା ଉତ୍ତୋଳନ କରିଥିଲେ। ସାମିଲ ହୋଇଥିଲେ ସେନାବାହିନୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ , ଡିସିପି ଓ ସିପି ସାମିଲ ହୋଇଥିଲେ।
Views: 44