The Ultimate Managed Hosting Platform
ADVERTISEMENT

ପଦ୍ମଶ୍ରୀ ପୁରସ୍କାର ବିଜେଡା .ଡ ସୁବନ୍ନା ଆୟାପ୍ପନଙ୍କ ମୃତଦେହ ନଦୀରୁ ଉଦ୍ଧାର

Facebook
Twitter
LinkedIn

ନୂଆଦିଲ୍ଲୀ : ପୂର୍ବତନ କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ବିଜେତା ଡ.ସୁବନ୍ନା ଆୟାପ୍ପନ ମୃତଦେହ ନଦୀରୁ ଉଦ୍ଧାର । ଗତ ୬ ଦିନ ହେଲାଣି ବୈଜ୍ଞାନିକ ଜଣକ ନିଖୋଜ ରହିଥିଲେ । କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାରେ ଥିବା ସାଇ ଆଶ୍ରମ ନିକଟ କାବେରୀ ନଦୀ କୂଳରୁ ପୋଲିସ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଏହାର ତଦନ୍ତ କରୁଛି ।
ସୂଚନାନୁଯାୟୀ, କୃଷି ବୈଜ୍ଞାନିକ ଜଣକ ମହୀଶୂରର ବିଶେଶ୍ବର ନଗରରେ ତାଙ୍କ ସ୍ତ୍ରୀ ଏବଂ ଝିଅ ସହିତ ରହୁଥିଲେ । ହଠାତ୍ ଡ.ସୁବନ୍ନା ଆୟାପ୍ପନ(୭୦)ମେ ୭ ତାରିଖରେ ନିଖୋଜ ହୋଇଯାଇଥିଲେ । ପୋଲିସ ସୂଚନା ପାଇ ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟରେ ଥିବା କାବେରୀ ନଦୀ କୂଳରୁ ଶନିବାର ସନ୍ଧ୍ୟା ସମୟରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ନଦୀ କୂଳରୁ ତାଙ୍କ ସ୍କୁଟିକୁ ମଧ୍ୟ ପୋଲିସ ଟିମ୍ ଜବତ କରିଥିଲା । ମୃତଦେହ ଉଦ୍ଧାର କରି ମାମଲା ରୁଜୁ କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login