ନୂଆଦିଲ୍ଲୀ : ଆଲୋଚନା ପୂର୍ବରୁ ଡିଜିଏମଓର ବ୍ରିଫିଂ । ଅପରେସନ ସିନ୍ଦୂର ନେଇ ଦ୍ୱିତୀୟ ବ୍ରିଫିଂ । ଆମର ଲଢେଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା । ଆମ ସାଙ୍ଗରେ ଲଢେଇ ପାଇଁ ଆଗେଇ ଆସିଲା । ପାକିସ୍ତାନ ବ୍ୟବହାର କରିଥିବା ଚୀନ ମିଜାଇଲ ଭଗ୍ନାବଶେଷ ଦେଖାଇଲେ । ବାୟୁସେନା କିପରି ଏୟାରବେସ ଟାର୍ଗେଟ କଲା ଦେଖାଇଲେ । ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ ।
ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି । ଦମ୍ଭୋକ୍ତି ପ୍ରକାଶ କଲେ ଡିଜିଏମୋ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ଆମର ୪ ଲେୟାର ସୁରକ୍ଷା କବଚ ରହିଛି , ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଁଚି ପାରି ନାହାନ୍ତି । ପରନ୍ତୁ ପାକିସ୍ତାନ କଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ । ଲୋକଙ୍କ ବୁଝିବା ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ କ୍ରିକେଟ ଲଢେଇ କଥା କହିଲେ । ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍ ଥମ୍ଫସନ, ଡେନିସ ଲିଲି ଧରାଶାୟୀ କରିଥିଲେ । ଆସେସ ଲଢେଇରେ ଏହି ୨ ବୋଲରଙ୍କୁ ସାମ୍ନା କରିପାରି ନଥିଲେ । ତେଣୁ ଆପଣ ମାନେ ଏଥିରୁ ନିଶ୍ଚିତ ବୁଝିପାରୁଥିବେ କହିଲେ । କୋହଲିଙ୍କର ଜଣେ ବଡ ସମର୍ଥକ ବୋଲି କହିଲେ ରାଜୀବ ଘାଇ ।
ଡିସିଏମଓ ସ୍ତରୀୟ ପ୍ରେସମିଟରେ ଏୟାର ମାର୍ଶାଲ ଏକେ ଭାରତୀୟଙ୍କ ବଡ ସୂଚନା । ୩ ସେନା ସର୍ବଦା ପୂରା ପ୍ରସ୍ତୁତ ହୋଇ ରହିଛି । ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢେଇ ହୁଏ ତେବେ ତାହା ପୂରା ଅଲଗା ପ୍ରକାର ହେବ । ଏଥିପାଇଁ ଆମେ ସମସ୍ତ ପ୍ରକାର କୈାଶଳକୁ ଆପଣାଉଛୁ । ଭଗବାନ କରନ୍ତୁ ଲଢେଇ ନ ହେଉ , ଯଦି ହୁଏ ପୂରା ଅଲଗା ହେବ ।
ଡିଜିଏମଓର ମିଡିଆ ବ୍ରିଫିଂ ; ଆମର ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି,ଆମର ଲଢେଇ ଆତଙ୍କବାଦୀଙ୍କ ବିରୋଧରେ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











