ନୂଆଦିଲ୍ଲୀ : ଆଲୋଚନା ପୂର୍ବରୁ ଡିଜିଏମଓର ବ୍ରିଫିଂ । ଅପରେସନ ସିନ୍ଦୂର ନେଇ ଦ୍ୱିତୀୟ ବ୍ରିଫିଂ । ଆମର ଲଢେଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା । ଆମ ସାଙ୍ଗରେ ଲଢେଇ ପାଇଁ ଆଗେଇ ଆସିଲା । ପାକିସ୍ତାନ ବ୍ୟବହାର କରିଥିବା ଚୀନ ମିଜାଇଲ ଭଗ୍ନାବଶେଷ ଦେଖାଇଲେ । ବାୟୁସେନା କିପରି ଏୟାରବେସ ଟାର୍ଗେଟ କଲା ଦେଖାଇଲେ । ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ ।
ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି । ଦମ୍ଭୋକ୍ତି ପ୍ରକାଶ କଲେ ଡିଜିଏମୋ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ଆମର ୪ ଲେୟାର ସୁରକ୍ଷା କବଚ ରହିଛି , ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଁଚି ପାରି ନାହାନ୍ତି । ପରନ୍ତୁ ପାକିସ୍ତାନ କଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ । ଲୋକଙ୍କ ବୁଝିବା ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ କ୍ରିକେଟ ଲଢେଇ କଥା କହିଲେ । ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍ ଥମ୍ଫସନ, ଡେନିସ ଲିଲି ଧରାଶାୟୀ କରିଥିଲେ । ଆସେସ ଲଢେଇରେ ଏହି ୨ ବୋଲରଙ୍କୁ ସାମ୍ନା କରିପାରି ନଥିଲେ । ତେଣୁ ଆପଣ ମାନେ ଏଥିରୁ ନିଶ୍ଚିତ ବୁଝିପାରୁଥିବେ କହିଲେ । କୋହଲିଙ୍କର ଜଣେ ବଡ ସମର୍ଥକ ବୋଲି କହିଲେ ରାଜୀବ ଘାଇ ।
ଡିସିଏମଓ ସ୍ତରୀୟ ପ୍ରେସମିଟରେ ଏୟାର ମାର୍ଶାଲ ଏକେ ଭାରତୀୟଙ୍କ ବଡ ସୂଚନା । ୩ ସେନା ସର୍ବଦା ପୂରା ପ୍ରସ୍ତୁତ ହୋଇ ରହିଛି । ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢେଇ ହୁଏ ତେବେ ତାହା ପୂରା ଅଲଗା ପ୍ରକାର ହେବ । ଏଥିପାଇଁ ଆମେ ସମସ୍ତ ପ୍ରକାର କୈାଶଳକୁ ଆପଣାଉଛୁ । ଭଗବାନ କରନ୍ତୁ ଲଢେଇ ନ ହେଉ , ଯଦି ହୁଏ ପୂରା ଅଲଗା ହେବ ।
ଡିଜିଏମଓର ମିଡିଆ ବ୍ରିଫିଂ ; ଆମର ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି,ଆମର ଲଢେଇ ଆତଙ୍କବାଦୀଙ୍କ ବିରୋଧରେ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...