ନୂଆଦିଲ୍ଲୀ ; ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନକୁ ବଡ ଝଟକା । ଆମେ କିଛି କରିପାରିବୁନି କହିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ନିଷ୍ପତ୍ତି ପରିବର୍ତ୍ତନ ପାଇଁ ଆମେ ଭାରତକୁ ବାଧ୍ୟ କରିପାରିବୁନି । ଦୁଇ ଦେଶ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତି । ଯଦି କେହି ଅସମହତ ହେଲା ତେବେ ଆମ କାମ ମଧ୍ୟସ୍ଥ କରିବା । ଏତଦବାଦ ଆମର ଅନ୍ୟ କୈାଣସି ଭୂମିକା ନାହିଁ । ପାକିସ୍ତାନ ଏଥିପାଇଁ ଜାତିସଂଘରୁ ନେଇ ବିଶ୍ୱ ବ୍ୟାଙ୍କକୁ ଆବେଦନ କରିଥିଲା।
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଉପରେ, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି, ମଧ୍ୟସ୍ଥତା ବ୍ୟତୀତ ଆମର ଅନ୍ୟ କୌଣସି ଭୂମିକା ନାହିଁ। ବିଶ୍ୱ ବ୍ୟାଙ୍କ କିପରି ହସ୍ତକ୍ଷେପ କରିବ ଏବଂ ସମସ୍ୟାର ସମାଧାନ କରିବ ସେ ବିଷୟରେ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଏସବୁ ଅର୍ଥହୀନ। ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ମଧ୍ୟସ୍ଥତା ଭାବେ ରହିଛି। ସବୁ ଦିଗରୁ ବିରୋଧର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ଏବେ ବିଶ୍ୱ ବ୍ୟାଙ୍କ ମଧ୍ୟ ଏକ ବଡ଼ ଝଟକା ଦେଇଛି। ଭାରତ ଦ୍ୱାରା ଅପରେସନ ସିନ୍ଦୁର କରାଯିବା ପରେ, ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି ଏବଂ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏହାର ପ୍ରୟାସ ବାରମ୍ବାର ବିଫଳ ହେଉଛି।
ସିନ୍ଧୁ ନଦୀ ଜଳ ଚୁକ୍ତି ନେଇ ପାକିସ୍ତାନକୁ ବଡ ଝଟକା, ଆମେ କିଛି କରିପାରିବୁନି କହିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...