ନୂଆଦିଲ୍ଲୀ : ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ । ସମସ୍ତ ମିଡିଆ ଚ୍ୟାନେଲ , ଡିଜିଟାଲ ପ୍ଲାଟଫର୍ମକୁ ନିଦେ୍ର୍ଦଶ । ଲାଇଭ କଭରେଜ, ରିଅଲ ଟାଇଣ ରିପୋର୍ଟିଂ ଠାରୁ ଦୁରେଇ ରୁହନ୍ତୁ । ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କିତ ପ୍ରସାରଣରୁ ଦୂରରେ ରୁହନ୍ତୁ । ଲାଇଭ କଭରେଜ ଠାରୁ ଆରମ୍ଭ କରି ଡିଫେନ୍ସ ଅପରେସନର ରିୟଲ ଟାଇମ ରିପୋଟିଂ, ଟ୍ରୁପ୍ ମୁଭମେଣ୍ଟକୁ କ୍ୟାମେରାରେ କଏଦ ନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରିଛନ୍ତି । ଏହାସହିତ ସେନାର ଫଟୋ, ଭିଡିଓ ଅପଲୋଡ କରିବାକୁ ମନା କରିଛି ମନ୍ତ୍ରଣାଳୟ ।ପୂର୍ବରୁ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମକୁ ଜାତୀୟ ସୁରକ୍ଷା ନେଇ କିଛି ବି ଦେଖାଇବାକୁ ମନା କରିଥିଲା ମନ୍ତ୍ରଣାଳୟ । ଲାଇଭ ଷ୍ଟ୍ରିମିଂ ଯୋଗୁଁ ଭାରତର ବଡ଼ କ୍ଷତି ହୋଇପାରେ । ପୂର୍ବରୁ ହୋଇଥିବା କାର୍ଗିଲ ଯୁଦ୍ଧ, ୨୬/୧୧ ଆକ୍ରମଣ, କାନ୍ଦାହାର ହାଇଜ୍ୟାକ୍ ଭଳି ଘଟଣାରେ ଭାରତର ବଡ଼ କ୍ଷତି ହେବାର ମୁଖ୍ୟ କାରଣ ହେଉଛି ଲାଇଭ୍ ଷ୍ଟିମିଂ ।
Views: 57