ନୂଆଦିଲ୍ଲୀ : ଅପରେସନ ‘ସିନ୍ଦୂର’କୁ ନେଇ ପାକର ଧମକ । ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ସହିଦମାନଙ୍କ ରକ୍ତର ପ୍ରତ୍ୟେକ ବୁନ୍ଦାର ପ୍ରତିଶୋଧ ନେବୁ । ପାକିସ୍ତାନ ଜାଣିଛି କିପରି ଉଚିତ ଜବାବ ଦେବାକୁ ହୁଏ । ସମଗ୍ର ଦେଶ ଏହାର ସାହସୀ ସଶସ୍ତ୍ର ବାହିନୀକୁ ସାଲ୍ୟୁଟ କରୁଛି ।
ଭାରତର ‘ଅପରେସନ ସିନ୍ଦୂର’ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଉଗ୍ର ହେଉଛି ସେହବାଜ ସରକାର । ପାକିସ୍ତାନ ସଂସଦରେ ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି ସେହେବାଜ ସରିଫ୍ । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି ।
ପାକିସ୍ତାନ କେମିତି ଜୋରଦାର ଜବାବ ଦିଏ, ମଙ୍ଗଳବାର ରାତିରେ ତାହା ପ୍ରମାଣିତ କରିଛୁ ବୋଲି କହିଛନ୍ତି ସରିଫ । ଏଥିସହ ଦେଶବାସୀଙ୍କୁ ସମମ୍ୱୋଧିତ କରି ସେ କହିଛନ୍ତି, ଦେଶ ପାଇଁ ଶେଷ ନିଶ୍ୱାସ ଯାଏ ଲଢ଼େଇ କରିବୁ । ଏୟାର ଷ୍ଟ୍ରାଇକ୍ ପରେ କିଛି ଘଣ୍ଟା ଭିତରେ ଭାରତୀୟ ସେନାକୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଛୁ ବୋଲି କହିଛନ୍ତି ସେହବାଜ ସରିଫ୍ । ଭାରତର କାର୍ୟ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଓ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି । ସରିଫ ମୃତକଙ୍କୁ ସହିଦ ସମ୍ୱୋଧନ କରି ତାଙ୍କ ପରିବାର ସହ ପୂରା ପାକିସ୍ତାନ ରହିଥିବା କହିଛନ୍ତି ।
ଅପରେସନ ‘ସିନ୍ଦୂର’କୁ ନେଇ ପାକର ଧମକ ; “ପ୍ରତିଶୋଧ” ନେବୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











