ଭଦ୍ରକ : ବାଣ ଗୋଦାମରେ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ଚାଲିଗଲା ଜୀବନ । ୭ ଆହତଙ୍କ ମଧ୍ୟରୁ କଟକ ସ୍ଥାନାନ୍ତର ହୋଇଥିଲେ ୨ ଗୁରୁତର । ଭଦ୍ରକ-ଚାନ୍ଦବାଲି ରାସ୍ତା ହଳଦୀଡିହରେ ବାଣ ବିସ୍ଫୋରଣ । ସୂଚନା ଅନୁସାରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଆଜି ଏକ ବାଣ ଗୋଦାମରେ କାମ ଚାଲିଥିଲା। ଏଠାରେ କାର୍ୟ୍ୟରତ ଲୋକେ ବାଣ ଭୁଡୁଥିଲେ। କୌଣସି କାରଣରୁ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ୭ ଜଣ ଲୋକ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଏସ୍କେ ମୁସାରଫ୍ ଓ ରାତୋ ବିବିଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡ଼ାକ୍ତରଖାନା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଆହତମାନଙ୍କର ଚିକିତ୍ସା ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚୁରା କରୁଛି। ବାଣ କାରଖାନାର ଲାଇସେନ୍ସ ଥିଲା କି ଏହା ବେଆଇନ୍ ଭାବେ ପରିଚାଳିତ ସେନେଇ ତଦନ୍ତ ଜାରି ରହିଛି।
ବାଣ ବିସ୍ଫୋରଣ , ୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...