The Ultimate Managed Hosting Platform
ADVERTISEMENT

ଦୀଘାରେ ଧାମ ବିବାଦ ; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Facebook
Twitter
LinkedIn

ପୁରୀ : ଦୀଘାରେ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ନେଇ ଉପ ଯୁକ୍ତ ପଦ କ୍ଷେପ ଗ୍ରହଣ ପାଇଁ ଅନୁରୋଧ କଲେ । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ ସ୍ୱାଗତ ଯୋଗ୍ୟ କାର୍ଯ୍ୟ । ମାତ୍ର ମୁଖ୍ୟମନ୍ତ୍ରୀ ମମତା ଏହାକୁ ଜଗନ୍ନାଥ ଧାମ ଘୋଷଣା କରିବା ଅଗ୍ରହଣୀୟ । ଜଗନ୍ନାଥ ଧାମ କହିବା କୋଟା କୋଟି ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଆଘାତ । ସୁଦର୍ଶନ ପଟ୍ଟନାୟକ ଉକ୍ତ ଚିଠିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜୟ ଜଗନ୍ନାଥ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login