ନୂଆଦିଲ୍ଲୀ : ନିଜଦେଶର ଲୋକଙ୍କୁ ଖାଇବାକୁ ଦୁଇ ବେଳା ଯୋଗାଇ ପାରୁ ନଥିବା ଭିକାରୀସ୍ତାନ ଭାରତ ସହ ଯୁଦ୍ଧ କରିବାକୁ ଲାଗିପଡ଼ିଛି ପ୍ରସ୍ତୁତିରେ । ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ତ, ଆରବ ସାଗରରେ ଭାରତକୁ ଆଖି ଦେଖାଉଛି । ଧ୍ବଂସର ଦ୍ବାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନ ଏବେ କ୍ଷପଣାସ୍ତ୍ର ପରୀକ୍ଷା କରିଛି । ଆଜି ପାକିସ୍ତାନ ପକ୍ଷରୁ ଅବଦାଲି ନାମକ ବାଲେଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୪୫୦ କିମି ରହିଥିବା ଜଣାପଡ଼ିଛି । ସୋନମିୟାନି ରେଞ୍ଜରେ ପାକିସ୍ତାନ ଏହି ପରୀକ୍ଷଣ କରିଛି । ଆର୍ମୀ ଷ୍ଟ୍ରେଟେଜିକ ଫୋର୍ସେଜ୍ କମାଣ୍ଡ (ASFC) ଆଧାରରେ ଅପରେସନାଲ ୟୁଜର୍ସ ଟ୍ରାଏଲର ଏହା ଏକ ଅଂଶ । ଯାହା ପାକିସ୍ତାନର ପରମାଣୁ କ୍ଷମତା ମିଜାଇଲ ସିଷ୍ଟମର ଦେଖାରଖା କରିଥାଏ ।ପାକିସ୍ତାନୀ ମିଡ଼ିଆ ଅନୁସାରେ, ଏହି ମିଜାଇଲର ପରୀକ୍ଷଣ ମିଲିଟ୍ରି ଡ୍ରିଲ ‘ଏକ୍ସରସାଇଜ୍ ଇଣ୍ଡସ’ ଆଧାରରେ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ପାକିସ୍ତାନ ସେନାର ଷ୍ଟ୍ରେଟଜିକ ଫୋର୍ସ କମାଣ୍ଡ’ର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ମହମ୍ମଦ ଶାହାବାଜ ଖାନ ଏବଂ ଷ୍ଟ୍ରେଟଜିକ ପ୍ଲାନ୍ସ ଡିଭିଜନର ଡିଜି ମେଜର ଜେନେରାଲ ଶହରୟାର ପରବେଜ ଉପସ୍ଥିତ ଥିଲେ ।
ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











