ନୂଆଦିଲ୍ଲୀ : ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା ।ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା ।ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ । ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ନିଦେ୍ର୍ଦଶନାମା । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ନିଦେ୍ର୍ଦଶ । ତେବେ ଦେଶର ସୁରକ୍ଷା ଏବଂ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ଭାରତ । ପୂର୍ବରୁ ଅନେକ ଆକ୍ସନ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ଜଳ ଷ୍ଟ୍ରାଇକ ସହ ସିନ୍ଧୁ ନଦୀ ଚୁକ୍ତି ବାତିଲ ଏବଂ ପାକିସ୍ତାନୀଙ୍କ ଭିସା ବାତିଲ ଭଳି ବଡ ପଦକ୍ଷେପ ନେଇଛି ଭାରତ । ପାକିସ୍ତାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ କରିବା ସହ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କୁ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିବା ପରେ ଏବେ ଆମଦାନୀ-ରପ୍ତାନୀ ବନ୍ଦ କରିଛି ।
Views: 33