The Ultimate Managed Hosting Platform
ADVERTISEMENT

ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ନୋଟିସ !

Facebook
Twitter
LinkedIn

ଭୁବନେଶ୍ୱର : ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ ସୂଚନା । ଆଇନମନ୍ତ୍ରୀଙ୍କ ତଦନ୍ତ ନିଦେ୍ର୍ଦଶ ଅନୁଯାୟୀ ନୋଟିସ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା ।ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁ ଗୃହର ଚାବି କାହା ପାଖରେ ଥିଲା , କେତେ ଦାରୁ ଥିଲା ପଚରାଯିବ । କାଲି ପୂର୍ବର୍ାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା । ଏ ନେଇ ରାମକୃଷ୍ଣ ଦାସ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଦୀଘାର ଭବ୍ୟ ମନ୍ଦିରକୁ ନେଇ ଏବେ ଭାରି ଚର୍ଚ୍ଚା । ଜଗନ୍ନାଥ ମନ୍ଦିର କେଉଁଠି ବି ହେବ, କେଉଁଠି ବି ବିଗ୍ରହ ପୂଜା ପାଇବେ ସେନେଇ କୌଣସି ଦ୍ବନ୍ଦ୍ବ ନାହିଁ । ହେଲେ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ପୁରୀ ଧାମ କହିବା ପରେ ଏବେ ପ୍ରବଳ ଆକ୍ରୋଶ ସାଙ୍ଗକୁ ଅସନ୍ତୋଷ । ଖାସ କରି ସେଠାରେ ଥିବା ଦାରୁ ବିଗ୍ରହ ପୁରୀର ନବକଳେବଳରେ ବଞ୍ଚିତ କାଠରୁ ତିଆରି ହୋଇଥିବା କଥା ଜଣାପଡ଼ିବା ପରେ ବିବାଦ ବଢିଛି । ଦୀଘା ମନ୍ଦିରକୁ ନେଇ ପୂରା ଓଡ଼ିଶାରେ ବିବାଦ ଘନେଇବାରେ ଲାଗିଛି । କାରଣ ମନ୍ଦିର ନିର୍ମାଣକୁ ଆଦୌ ବିରୋଧ ନୁହେଁ ବରଂ ଧାମକୁ ନେଇ ବିବାଦ । ଶାସ୍ତ୍ରରେ ପୂରା ଭାରତ ବର୍ଷରେ ୪ ଧାମ ରହିଥିବା ବେଳେ ଦୀଘା କେମିତି ଜଗନ୍ନାଥ ଧାମ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ ଅଦିନିଆ କେମିତି ତିନିରଥର ନିର୍ମାଣ ହେଲା ତାହା ବି ପ୍ରଶ୍ନ ଘେରରେ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ

ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ

ନୂଆଦିଲ୍ଲୀ : ନିଜଦେଶର ଲୋକଙ୍କୁ ଖାଇବାକୁ ଦୁଇ ବେଳା ଯୋଗାଇ ପାରୁ ନଥିବା ଭିକାରୀସ୍ତାନ ଭାରତ ସହ ଯୁଦ୍ଧ କରିବାକୁ ଲାଗିପଡ଼ିଛି ପ୍ରସ୍ତୁତିରେ । ସୀମାରେ ଅସ୍ତ୍ର...

ପାକିସ୍ତାନ ଜାହାଜକୁ ଭାରତ ମନା,ଆମଦାନୀ-ରପ୍ତାନୀ ବନ୍ଦ

ପାକିସ୍ତାନ ଜାହାଜକୁ ଭାରତ ମନା,ଆମଦାନୀ-ରପ୍ତାନୀ ବନ୍ଦ

ନୂଆଦିଲ୍ଲୀ : ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା ।ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା ।ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା...

ADVERTISEMENT

Login