ଭୁବନେଶ୍ୱର : ୧୦ରେ ଓଡିଶା ଆସିବେ ଶାହା । ଆସନ୍ତା ୧୦ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ୨ଦିନ ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ଓଡିଶା ଗସ୍ତରେ ଆସି ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଶାହା । ଏହାପରେ ସନ୍ଧ୍ୟାରେ ପିରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀରେ ହିଁ ରାତ୍ରୀଯାପନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ୧୧ତାରିଖ ଦିନ ପୁରୀରୁ ବାହାରି ସମ୍ବଲପୁର ଯିବାର କାର୍ୟ୍ୟକ୍ରମ ରହିଛି । ସେଠାରେ ମା ସମ୍ବଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଭୁବନେଶ୍ୱର ଆସି ଜନତା ମୈଦାନରେ ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ଦେବାର କାର୍ୟ୍ୟକ୍ରମ ରହିଛି ।
Views: 33