ପୁରୀ : ରଥଯାତ୍ରା ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି । ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା ।ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ ଏସ୍ପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି ।ଅନ୍ୟପଟେ ବୈଠକର ଏହି ନିଷ୍ପତ୍ତିକୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଉଛି । ସବୁବେଳେ ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି । କିନ୍ତୁ ପାର୍କିଂ ସ୍ଥାନରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି । ଏହାର ଉତ୍ତରରେ ପୋଲିସ କହିଛି ଯେ, ଗାଡ଼ିଗୁଡ଼ିକର ସୁରକ୍ଷାର ଆବଶ୍ୟକତା ରହିଛି । ତେଣୁ ପାର୍କିଂ ସ୍ଥାନରେ ଅନେକ ସମୟରେ ଗାଡ଼ିଗୁଡ଼ିକ ନିରାପଦରେ ରହୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି ।
ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ହେବ ଆହୁରି କଡାକଡି,ପାର୍କିଂ ସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...