ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପହଲଗାମ ଆକ୍ରମଣ ପରେ କଶ୍ମୀରରେ ପୋଲିସ ଏବଂ ସେନାର ଅପରେସନ ଜାରି ରହିଛି । ଜମ୍ମୁ କଶ୍ମୀର ପୋଲିସ ଏବଂ ଏନଆଇଏ ଟିମ୍ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖିଛି । ଏମାନଙ୍କୁ ପଚରାଉଚରା କରୁଛି । ତେବେ ପହଲଗାମରେ ୨୬ ନୀରିହ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ଆତଙ୍କୀଙ୍କୁ ସ୍ଥାନୀୟ ଲୋକ ସହାୟତା କରିଥିବା ସୁରକ୍ଷା ଏଜେନ୍ସୀ ସନ୍ଦେହ କରୁଛି । ଏନଆଇଏ ୨୦ରୁ ଅଧିକ ଓଭର ଗ୍ରାଉଣ୍ଡ ୱାର୍କରକୁ ଅଟକ ରଖି ପଚରାଉଚରା କରୁଛି । ଯାଞ୍ଚ ଏଜେନ୍ସୀ କୋଟ ଭଲବାଲ ଜେଲରେ ବନ୍ଦୀ ଥିବା ଦୁଇ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ପଚରାଉଚରା କରିବ । ଏମାନେ ଏଲଇଟି ଆତଙ୍କୀଙ୍କୁ ସହାୟତା କରୁଥିଲେ । ୨୦୨୩ରେ ଭାଟା ଧୁରିଆ ଏବଂ ତୋତଗଲୀରେ ସେନା ଉପରକୁ ଆକ୍ରମଣ କରିଥିବା ଆତଙ୍କୀଙ୍କ ସହଯୋଗ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
Views: 26