ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ । ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ଜମିଲା ବର୍ଷା ପାଣି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ , ଜନଜୀବନ ଅସ୍ତବ୍ୟସ୍ତ । କାଳବୈଶାଖୀ ବର୍ଷା ପବନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ମା ଏବଂ ତିନି ପିଲାଙ୍କ ଜୀବନ ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଦିଲ୍ଲୀରେ ଗତ କାଲି ରାତିରୁ ବର୍ଷା ହେଉଛି । ଆଜି ସକାଳୁ ମଧ୍ୟ ଧୂଳିଝଡ଼ ସହ ବର୍ଷା ହୋଇଛି।
ବର୍ଷା ଯୋଗୁ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଯାତାୟାତ ମଧ୍ୟ ପୁରା ଠପ୍ ହୋଇପଡିଛି । ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ୪୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ୧୦୦ରୁ ଅଧିକ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଆଗାମୀ କିଛି ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ଜାରି ରହିପାରେ । ଏହା ସହ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ,ବିମାନ ସେବା ପ୍ରଭାବିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











