ନୂଆଦିଲ୍ଲୀ : ପହଲଗାମ ହମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ତୀବ୍ର ଭର୍ତ୍ସନା ସହ ଶୁଣାଣି କରିବାକୁ ମନା କଲେ । ବର୍ତ୍ତମାନ ଆବେଦନ କରିବାର ସମୟ ନୁହେଁ କହିଲେ ସୁପ୍ରିମକୋର୍ଟ । ଏଭଳି କରି ସେନାର ମନୋବଳ ଭାଙ୍ଗନି । ବିଚାରପତିଙ୍କ କାମ ତଦନ୍ତ ନୁହେଁ କହିଲେ ସୁପ୍ରିମକୋର୍ଟ । ହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଆବେଦନକାରୀ ଦେଶ ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ । ଏଭଳି ଆବେଦନ ସେନାର ମନୋବଳ ଭାଙ୍ଗିବା ସହ ସେମାନଙ୍କୁ ପ୍ରଭାବିତ କରିପାରେ । ଜଷ୍ଟିସ୍ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ପହଲଗାମ ଆକ୍ରମଣ ପରେ ଏବେ ଚାପରେ ପାକିସ୍ତାନ । ୯ ଦିନରେ ଭାରତର ୯ଟି ବଡ଼ ନିଷ୍ପତ୍ତି ଦେଖି ଛାନିଆ ହେଲାଣି ପଡ଼ୋଶୀ ଦେଶ । ଜଳ, ସ୍ଥଳ, ଆକାଶ ସବୁ ମୋର୍ଚ୍ଚାରେ ପାକିସ୍ତାନକୁ ମାତ ଦେବାକୁ ହୋଇଛି ଯୋଜନା । ସେପଟେ ବଢ଼ିଲା ପାକିସ୍ତାନୀଙ୍କ ଭାରତ ଛାଡ଼ିବା ସମୟସୀମା ।
Views: 102