ନୂଆଦିଲ୍ଲୀ : ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନର ଷ୍ଟକ ମାର୍କେଟ କ୍ରାସ୍ କରିଛି । କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସେୟାର ମାର୍କେଟ ବଡ଼ ଧରଣର କ୍ଷତି ସହିଛି । ଆଉ ଏହି ପ୍ୟାନିକ ବଟନ୍ ପାକିସ୍ତାନ ମନ୍ତ୍ରୀ ଚିପିବା ପରେ ସେୟାର ବଜାର ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ସୂଚନା ମନ୍ତ୍ରୀ ଆତା ଉଲ୍ଲା ତାରଡ କହିଥିଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ଆକ୍ରମଣ କରିପାରେ ଭାରତ । ଏହି ବୟାନ ପରେ ପାକିସ୍ତାନ ସେୟାର ବଜାରରେ ଅନିଶ୍ଚିତତା ଦେଖା ଦେଇଥିଲା । ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।
ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ, ନିବେଶକଙ୍କ ଭିତରେ ବଡ ଚିନ୍ତା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







