ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ବିପୁଳ ସମ୍ପତ୍ତିଠାବ । ୨ଟି ବହୁତଳ କୋଠା, ୮ଟି ଦାମୀ ପ୍ଲଟ, ୨ଟି ୪ ଚକିଆ ଯାନ ଠାବ ।କଟକ, ପୁରୀରେ ରହିଛି ଅବକାରୀ ଅଧୀକ୍ଷକଙ୍କ ବହୁତଳ କୋଠା । କଟକ, ପୁରୀ ଓ ଜଗତସିଂହପୁରରେ ରହିଛି ୮ଟି ଦାମୀ ପ୍ଲଟ । ବୁଧବାର ୩ ଲକ୍ଷ ଟଙ୍କା ନେଇ ଯିବା ବେଳେ ଧରିଥିଲା ଭିଜିଲାନ୍ସ । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି । ପୁରୀ କୁମ୍ଭାରପଡ଼ା ଠାରେ ୧୪ଶହ ବର୍ଗଫୁଟର ଏକ କୋଠା ରହିଛି । କଟକରେ ୪ଟି, ପୁରୀ ଓ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଛି । ଏହା ସହ ୨ଟି ବେନାମୀ ଗାଡ଼ି ମଧ୍ୟ ତାଙ୍କ ଠାରୁ ଠାବ ହୋଇଛି । ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସଞ୍ଜୟ ଅର୍ଥର ଛାନବିନ କରାଯାଉଛି । ଗତକାଲି ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ଏନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।
Views: 55