ନୂଆଦିଲ୍ଲୀ :ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ଏବେ ଉଠୁଛି ପଡୁଛି । ରକ୍ତର ନଦୀ ବୁହାଇଥିବା ଆତଙ୍କବାଦଙ୍କୁ ଖୋଜି ଖୋଜି ମାରିବା ପାଇଁ ଭାରତ ଚେଷ୍ଟା କରୁଛି । ଏହାରି ଭିତରେ ପହଲଗାମ ବୈସରନ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସାକୁ ନେଇ ବଡ଼ ଖବର । ଦକ୍ଷିଣ କଶ୍ମୀରର ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି । ମୁସାକୁ ଧରିଲେ କିମ୍ବା ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ପ୍ରଥମେ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ଥିଲା ପାରା କମାଣ୍ଡୋ ହାସିମ ମୁସା । ପରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସଦସ୍ୟ । ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୁସା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୁସା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୧୫ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର୍ସ- ଓସିଜିଡବ୍ଲୁଙ୍କୁ ଜେରା ବେଳେ ହାସିମ ମୁସାର ପାକିସ୍ତାନ ସେନା ବ୍ୟାକଗ୍ରାଉଣ୍ଡ ସଂପର୍କରେ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କୁ ତାଲିମ ଏବଂ କିଟ୍ ଯୋଗାଉଥିବା ସଂସ୍ଥାର ଏକ ସଦସ୍ୟ ହେଉଛି ମୁସା । ତେଣୁ ପହଲଗାମ ଆତଙ୍କୀ ହମଲା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକା ଥିବା ସନ୍ଦେହ କରାଯାଉଛି ।
ଭାରତରେ ଲୁଚିଛି ହାମିସ ମୁସା , ସୂଚନା ଦେଲେ ମିଳିବ ୨୦ ଲକ୍ଷ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







