ଜମ୍ମୁ : ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ୟ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।
ପହଲଗାମ ଆକ୍ରମଣ ପରେ ଉପତ୍ୟକାରେ କିଛି ସ୍ଲିପର ସେଲ୍ ସକ୍ରିୟ ହୋଇଛି ଏବଂ ସେମାନଙ୍କୁ ଅପରେସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ଲେକ୍ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ୟ୍ୟଟନ ସ୍ଥଳଗୁଡ଼ିକରେ ଜମ୍ମୁ ଓ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି।
କଶ୍ମୀର ମୋଟ ୮୭ଟି ଟୁରିଷ୍ଟ ହବକୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ୟ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ୟ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ୟ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ପହଲଗାମ ଆକ୍ରମଣ ପରେ ବଡ ନିଷ୍ପତ୍ତି, ୪୮ ରିସୋର୍ଟ ବନ୍ଦ

Facebook
Twitter
LinkedIn
Facebook
Twitter
LinkedIn
Recent News
ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର । ଆଗାମୀ ଜନଗଣନାରେ ଜାତି ଭିତ୍ତିକ ଜନଗଣନାକୁ ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା...
ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ
ପଦ୍ମପୁର : ବଜ୍ରାଘାତରେ ଗୋଟିଏ ପରିବାରର ୩ ମୃତ । ପଦ୍ମପୁର ଲଖମରା ଗାଁରେ ଘଟିଛି ଏପରି ଘଟଣା । ବିଲରେ କାମ କରିବା ବେଳେ ବଜ୍ରପାତ...
ମୋଦିଙ୍କ ରୁଷ ଗସ୍ତ ବାତିଲ
ନୂଆଦିଲ୍ଲୀ : ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ । ମେ ୯ ତାରିଖରେ ମସ୍କୋ ଠାରେ ହେବାକୁ ଥିବା ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବାର...
ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ , ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀ ହେଲେ NSABର ଅଧ୍ୟକ୍ଷ
ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶ ଦାତା ବୋର୍ଡ(ଏନଏସଏବି)ର ପୁନର୍ଗଠନ । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ର’ ଏବଂ ଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଶୀ ।...