କାମାକ୍ଷାନଗର : ଭାଲୁ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ମାଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ମାଧମୁଣ୍ଡା ଗାଁର ଲକ୍ଷ୍ମୀଧର ପ୍ରଧାନ। ଗତକାଲି ଲକ୍ଷ୍ମୀଧର ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନଥିଲା। ଆଜି ଲକ୍ଷ୍ମୀଧରଙ୍କ ମୃତଦେହ ଉଦ୍ଧାର ପୋଲିସ । କଙ୍କଡାହାଡ ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି।
Views: 7