ନୂଆଦିଲ୍ଲୀ : ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ । ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହାରି ମଧ୍ୟରେ ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରିଛନ୍ତି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୂର୍ବରୁ କହିଥିଲେ ଯେ, ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥାଏ, ତେବେ ଏହା ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବ । ତାଙ୍କର ଏଭଳି ବୟାନ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି ।
Views: 80











