ନୂଆଦିଲ୍ଲୀ : ପାକିସ୍ତାନ ମାନିଲା ସତ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ଦେଶ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍ବୀକାର କରିଛନ୍ତି, ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସମର୍ଥନ ଏବଂ ଫଣ୍ଡିଂ ଦେଇ ଆସୁଛି । ଏକ ଇଣ୍ଟରଭ୍ୟୁ ସମୟରେ କଥାବାର୍ତ୍ତା ବେଳେ ସ୍ବୀକାର କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ । ଆତଙ୍କବାଦୀଙ୍କୁ ସମର୍ଥନ ପାକିସ୍ତାନର ଲମ୍ବା ଇତିହାସ । ତେବେ ଗତ ୩ ଦଶନ୍ଧି ଧରି ପାକିସ୍ତାନ ଏହି ଘୃଣ୍ୟ କାର୍ୟ୍ୟ ଆମେରିକା ପାଇଁ କରୁଥିବା ଆସିଫ କହିଛନ୍ତି । ଏଥିରେ ବ୍ରିଟେନ ସମେତ ପାଶ୍ଚାତ୍ୟ ଦେଶ ସାମିଲ ଅଛନ୍ତି । ଆମର ଭୁଲ, ଆମର କ୍ଷତି ହୋଇଛି । ୩୦ ବର୍ଷ ହେଲାଣି ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରୁଛି । ପାକିସ୍ତାନର ରକ୍ଷା ମନ୍ତ୍ରୀଙ୍କ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ବିବାଦୀୟ ବୟାନ। ପହଲଗାମ୍ ହମଲାର ଆତଙ୍କବାଦୀଙ୍କୁ ସ୍ଵାଧୀନତା ସଂଗ୍ରାମୀ କହିଛନ୍ତି । ଇସଲାମାବାଦରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏଭଳି କହିଛନ୍ତି ।
୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲା ପାକିସ୍ତାନ , ପାକ ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...