The Ultimate Managed Hosting Platform
ADVERTISEMENT

ବିଏସଏଫ ଯବାନଙ୍କୁ ମୁକୁଳାଇବାକୁ ଉଦ୍ୟମ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନୀ ରେଞ୍ଜର୍ସଙ୍କ ଦ୍ୱାରା ଅଟକ ବିଏସଏଫ ଯବାନଙ୍କୁ ମୁକୁଳାଇବାକୁ ଉଦ୍ୟମ । ପାକିସ୍ତାନୀ ରେଞ୍ଜର୍ସଙ୍କ ସହ ବିଏସଏଫର ତୃତୀୟ ଫ୍ଲାଗ ବୈଠକ । କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଲେ ବିଏସଏଫ ଡିଜି । ପାକ୍ ସେନା ଦ୍ବାରା ଅଟକ ହେଡ କନଷ୍ଟେବଳଙ୍କୁ ଖଲାସ ପାଇଁ ପରିବାର ଲୋକଙ୍କ ଅନୁରୋଧ । ବୁଧବାର ଅସାବଧାନତା ବଶତଃ କନଷ୍ଟେବଲ ପୂର୍ଣ୍ଣମ କୁମାର ସା ଫିରୋଜପୁର ସେକ୍ଟରରେ ପାକ୍ ସୀମାରେ ପ୍ରବେଶ କରିଥିଲେ । ତାଙ୍କୁ ସୁରକ୍ଷିତ ଭାବେ ଫେରାଇକୁ ପରିବାର ଲୋକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପତୀଙ୍କ ସୁରକ୍ଷିତ ଫେରିବା ବାଟକୁ ଚାହିଁ ରହିଛନ୍ତି ପତ୍ନୀ । ପୂର୍ଣ୍ଣମଙ୍କ ଘର ପଶ୍ଚିମବଙ୍ଗର ହୁଗଳି ଅଞ୍ଚଳରେ । ତାଙ୍କର ସାତ ବର୍ଷର ପୁଅ ଅଛି । ଏ ନେଇ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସହ ଯୋଗାଯୋଗରେ ଅଛନ୍ତି । ଦୁଇ ପକ୍ଷ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ବି ବିଏସଏଫ ଯବାନଙ୍କୁ ଛାଡିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ପୂର୍ଣ୍ଣମ କୁମାର ବିଏସଏଫର ୧୮୨ତମ ବାଟାଲିୟନରେ କାର୍ୟ୍ୟରତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login