The Ultimate Managed Hosting Platform
ADVERTISEMENT

ପହଲଗାମ ଆକ୍ରମଣ ଘଟଣା : ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ଦିଲ୍ଲୀ ବ୍ୟବସାୟୀ ସଂଘର ବନ୍ଦ ଘୋଷଣା । ଶୁକ୍ରବାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀର ବଜାର ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ବିରୋଧ ଏବଂ ପ୍ରତିବାଦ କରାଯାଉଛି ଏବଂ ନାଗରିକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରୁଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯାହାକୁ ସମସ୍ତ ବ୍ୟବସାୟୀ ସଂଗଠନ ସମର୍ଥନ ଜାଣାଇ ବଜାର ବନ୍ଦ ରଖିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ଫଳରେ ୯୦୦ରୁ ଅଧିକ ଦୋକନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଏଥିସହିତ କଳା ବ୍ୟାଚ୍ ପିନ୍ଦି ବ୍ୟବସାୟୀ ମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରି ବିରୋଧ କରିଛନ୍ତି । ସଂଘ ପକ୍ଷରୁ ଶନିବାର ସକାଳ ୮ରୁ ୧୦ଟା ପର୍ୟ୍ୟନ୍ତ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ବ୍ୟବସାୟୀଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login