ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝାଙ୍କ ସୂଚନା । ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ । ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ୬ଟି ବାଘ ଶାବକ ଅଛନ୍ତି । ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି । ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦ କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ ।
Views: 27