ନୂଆଦିଲ୍ଲୀ : ପହଲଗାମ ହମଲା ପରେ ଗୃହ ମନନ୍ତ୍ରାଳୟର ବଡ ପଦକ୍ଷେପ । ପାକିସ୍ତାନକୁ ପାନେ ଦେବାକୁ ପ୍ରହାର ପରେ ପ୍ରହାର ଭାରତ ଦେଉଥିବା ବେଳେ ଏବେ ଆଉ ଏକ ଆକ୍ସନ ନେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହା । ପାକ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଶାହା । ନିଜ ରାଜ୍ୟରେ ଥିବା ପାକ ନାଗରିକଙ୍କୁ ତଡି ବାହାର କରିବାକୁ ନିଦେ୍ର୍ଦଶ । ପାକ ନାଗରିକଙ୍କୁ ଚିହ୍ନଟ କରି ନିଜ ରାଜ୍ୟରୁ ବାହାର କର । ତେବେ ଗତକାଲି ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିଛନ୍ତି ଭାରତ ସରକାର ଏବଂ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବାକୁ ୩ ଦିନର ମହଲତ ଦିଆଯାଇଛି । ଆଉ ଏବେ ସବୁ ରାଜ୍ୟରୁ ପାକିସ୍ତାନୀଙ୍କୁ ତଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଛି ।
Views: 16